‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ବର ୧୧।୭: ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚିତ । ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ । ସୋମବାର ବହିର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି । ଭୁବନେଶ୍ବର ସ୍ଥିତ ଘରୋଇ ହୋଟେଲରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ପାଇଁ ଦଳ ପ୍ରକ୍ରିୟା ଜାରି ରଖିଛି । ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଏକ ସମୟରେ ୧୨ରୁ ୧୪ପ୍ରତିଶତ ଭୋଟ୍ ପାଉଥିଲା । ଏବେ ୩୦ରୁ ୩୮ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଛି । ସୌମ୍ୟରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା ଗରିବ ଲୋକଙ୍କ ପାଖରେ ଘର, ଜଳ, ପହଞ୍ଚାଇବା । କେବଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି ।  ୧୮୧୭ ହିଁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ ।

Leave A Reply

Your email address will not be published.