ସାଇବର ଠକେଇ, ଓଟିପି ପଠାଇ ଖାଲି କରିଦେଲେ ଆକାଉଣ୍ଟ

ଜୟପୁର ୧୪।୦୭: ସାଇବର ଠକାମୀର ଶିକାର ହେଲେ କୋରାପୁଟ ଜିଲ୍ଲାର ଜଣେ ବ୍ୟକ୍ତି। ତାଙ୍କ ଆକାଉଣ୍ଟରୁ ଚଂଚକତା କରି ଦୁର୍ବୃତ୍ତମାନେ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ବୈପାରୀଗୁଡା ଥାନାରେ ଅଭିଯୋଗ ହୋଇଛି। ଅନ୍ ଲାଇନରେ ଓଟିପି ପଠାଇ ଆକାଉଣ୍ଟ ଖାଲି କରିଦେଇଛନ୍ତି ଏହି ସାଇବର ଠକମାନେ। ଅଭିଯୋଗ ଅନୁସାରେ,  ବୈପାରୀଗୁଡା ବ୍ଳକ କୋଲର ପଞ୍ଚାୟତର ପୂର୍ଣ୍ଣ ଗାଦବାଙ୍କ IOB ବ୍ୟାଙ୍କରେ ସେଭିଙ୍ଗ୍ ଆକାଉଣ୍ଟ ଥିବା ବେଳେ ତାଙ୍କ ମୋବାଇଲକୁ ଏହି ମାସ ୨ ତାରିଖ ଦିନ ଏକ ଅଜଣା ନମ୍ବରରୁ ଓଟିପି ଆସିଥିଲା। ଆଉ ତା ପରେ ସେହି ଓଟିପି ନମ୍ବର ଦୁର୍ବୃତ୍ତ ମାନେ ମାଗି ନେଇ ପର୍ଯ୍ୟାୟ କ୍ରମେ ୧୦ ଦିନ ମଧ୍ୟରେ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଠକାମୀର ଶିକାର ହୋଇଥିବା ପୁର୍ଣ୍ଣ ଜାଣିବା ପରେ ଏ ନେଇ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସାଇବର ଠକାମୀ ହୋଇଥିବାରୁ ମାମଲା ରୁଜୁ କରି ବୈପାରୀଗୁଡା ପୋଲିସ ଏହାର ତଦନ୍ତ କୋରାପୁଟ ସାଇବର ସେଲକୁ ପଠାଇଛି।

Leave A Reply

Your email address will not be published.