ପାକିସ୍ତାନର ହୋଇପାରେ ଶ୍ରୀଲଙ୍କା ଅବସ୍ଥା! ଶାହବାଜ ସରକାରଙ୍କ ରାଜକୋଷ ଖାଲି, ବଢୁଛି ବିଦେଶୀ ଋଣଭାର

ଇସ୍ଲାମାବାଦ ୧୪।୭:  ପାକିସ୍ତାନ ରାକୋଷ ଖାଲି ହେବାରେ ଲାଗିଛି, ଅପରପଟେ ଦେଶ ଉପରେ ଋଣ ଭାର ବଢିବଢି ଚାଲିଛି। ମାତ୍ର ୮ ସପ୍ତାହରେ ଷ୍ଟେଟ ବ୍ୟାଙ୍କରେ ଗଚ୍ଛିତ ୬ ବିଲିୟନ ଡଲାରର ବିଦେଶୀ ମୁଦ୍ରା ସମାପ୍ତ ହୋଇଯାଇଛି। ଏବେ ପାକିସ୍ତାନ ଲାଗି ବିଦେଶୀ ଋଣ ପୈଠ କରିବା କଷ୍ଟକର ହେବା ସହ ଦେଶ ଖୁବ ଶୀଘ୍ର ଦେବାଳିଆ ହୋଇଯିବା ଭଳି ଅନୁମାନ କରାଗଲାଣି। ଯଦି ଏପରି ହୁଏ ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ଭଳି ନିଜ ଅର୍ଥନୀତି ସୁରକ୍ଷାରେ ବିଫଳ ହେବ ବୋଲି କୁହାଯାଉଛି। ଏଥିରେ ଯଦି କୌଣସି ଦେଶରୁ ପାକିସ୍ତାନକୁ ବଡ ରକମର ଋଣ ମିଳିଯାଏ ଏଥିରେ ଦେଶ କିଛି ସମୟ ଚଳିଯାଇପାରେ ହେଲେ ଏହା ଅର୍ଥ ବ୍ୟବସ୍ଥା ଲାଗି ସ୍ଥାୟୀ ସମାଧାନ ନୁହେଁ।  ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନକୁ ଋଣ ଦେବ କିଏ ତାହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚିନ୍ତା। ପାକ୍ ଗଣମାଧ୍ୟମ ଅନୁସାରେ ଗତ୨ ସପ୍ତାହ ହେଲା ଦେଶ ଲାଗି ଦେବାଳିଆ ହେବାର ବିପଦ ବଢି ଯାଇଛି। ପାକିସ୍ତାନ ଉପରେ ୪.୮୮ ବିଲିୟନ ବାକି ଥିବା ପାକିସ୍ତାନ ଷ୍ଟେଟବ୍ୟାଙ୍କ କହିଛନ୍ତି। ସେପଟେ ଦେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବଢ଼ିବଢ଼ି ଚାଲିଛି।

Leave A Reply

Your email address will not be published.