ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ବିବାଦୀୟ ମନ୍ତବ୍ୟ, କଂଗ୍ରେସକୁ କଡ୍ଡା ସମାଲୋଚନା କଲା ବିଜେପି

କେନ୍ଦୁଝର ୧୪/୦୭: ଆଦିବାସୀ ବିଜେପି ନେତ୍ରୀ ତଥା ପୂର୍ବତନ ଝାରଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଦ୍ରୌପଦୀଙ୍କ ସପକ୍ଷରେ ଏନଡିଏ ସହ ବହୁ ଦଳ ସମର୍ଥନରେ ବାହାରିଛନ୍ତି । ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ କୁମାର । ଏହି ମନ୍ତବ୍ୟ ପରେ ଏହାକୁ କଡା ଦ୍ଭାଷାରେ ସମାଲୋଚନା କରିଛି ବିଜେପି । କଂଗ୍ରେସ ଆଦିବାସୀ ଓ ଦଳିତ ବିରୋଧୀ ବୋଲି କହିଛି ବିଜେପି । ଏହି ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

Leave A Reply

Your email address will not be published.