ସାରା ରାଜ୍ୟରେ ସଂକ୍ରମଣ ଉପରମୁହାଁ: ଛାତ୍ରଛାତ୍ରୀଙ୍କ ପାଠପଢା ଚିନ୍ତାରେ ଅଭିଭାବକ, ସ୍କୁଲରେ ଝୁଲିପାରେ ତାଲା

ଭୁବନେଶ୍ୱର ୧୫/୦୭: ଭୁବନେଶ୍ୱର, କରୋନାର ମହାମାରୀ ପୁଣି ଉଗ୍ର ରୂପ ଧାରଣା କରିଛି । ସଂକ୍ରମଣର ଗ୍ରାଫ୍‌ ଉପରମୁହାଁ ହୋଇଛି । ଗୋଟିଏ ଦିନରେ ଶୁକ୍ରବାର ୮୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏ ରିପୋର୍ଟ ଦେଖି ସଭିଏଁ ଛାନିଆ । ଅଭିଭାବକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପିଲାମାନେ କେମିତି ସ୍କୁଲ ଯିବେ? କିଭଳି ସ୍କୁଲରେ ସୁରକ୍ଷିତ ପାଠପଢ଼ା ହେବ? ଯଦି ସଂକ୍ରମଣ ଏଭଳି ବଢ଼ିବ, ତେବେ କ’ଣ ହେବ ପାଠପଢ଼ା? ପୁଣି ଅନ୍‌ଲାଇନ୍‌ ଶିକ୍ଷା ଆରମ୍ଭ ହେବ କି? ସ୍କୁଲରେ ତାଲା ଝୁଲିବ କି? ଏମିତି ପ୍ରଶ୍ନ ଏବେ ଏବେ ଅଭିଭାବକ ଆଉ ଛାତ୍ରଛାତ୍ରୀଙ୍କୁ ଘାରିଲାଣି । କରୋନାର ତୃତୀୟ ଲହର କମିବା ପରେ ଗତ ଫେବ୍ରୁଆରୀରୁ ସ୍କୁଲ, କଲେଜ ମାଟି ମାଡ଼ିଲେ ପିଲା । ଜୋର୍‌ସୋର୍‌ରେ ପାଠ ପଢ଼ା ହେଲା । ଦୀର୍ଘ ଦୁଇବର୍ଷ ପରେ ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି । ଲାଗୁଥିଲା ସବୁ କିଛି ସ୍ୱାଭାବିକ ହେବ । ହେଲେ ୪ ମାସ ଯାଇଛି କି ନାହିଁ, ପୁଣି ବଢ଼ିଲାଣି କରୋନା । ୧୦୦କି ୨୦୦ ନୁହେଁ, ଗୋଟିଏ ଦିନରେ ଆଜି ୧୦୦୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭ୍‌ ରେସିଓ (ଟିପିଆର୍‌) ୧୭ ପ୍ରତିଶତ ଛୁଇଁଲାଣି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ୍କ ମଧ୍ୟ ଅଛନ୍ତି । ୧୧ ତାରିଖରେ ୬୯, ୧୨ରେ ୫୨, ୧୩ରେ ୮୭ ଓ ୧୪ରେ ୭୧ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.