ଗଳିତ ଦନ୍ତା ହାତୀର ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭଞ୍ଜନଗର ୧୫।୭: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତାଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।  ଅଭିଯୁକ୍ତମାନେ ଉକ୍ତ ଜଙ୍ଗଲ ନିକଟରେ ଥିବା ଦଦରଲୁଣ୍ଡା ପଞ୍ଚାୟତର ବେଲାଟୁନ୍‌ ରୁନା ଦିଗାଲ, ଦୀପକ ଦିଗାଲ ଏବଂ ଯୁବରାଜ ଦିଗାଲ ‌ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । କେସ୍‌ ନମ୍ବର ୧୫୦(ଏମ୍‌)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରିବା ନେଇ ଚଢଉ ଜାରି ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.