ମାତିଲେ ଲୁଟେରା, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ଆଠଗଡ ୧୫।୭: କଟକ ଜିଲ୍ଲା ନରସିଂହପୁରରେ ପୁଣି ମାତିଲେ ଲୁଟେରା । ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଡିକି ଭାଙ୍ଗି ଭତ୍ତା ବଣ୍ଟନ ପାଇଁ ନିଆଯାଉଥିବା ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ସୂଚନାଯୋଗ୍ୟ  ଯେ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଭତ୍ତା ବଣ୍ଟନ ପାଇଁ ୧ ଲକ୍ଷ ୨ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ସାମ୍ନା ଦୋକାନକୁ  ଯାଇଥିଲେ । ସେହି ସମୟରେ  ୨ ଜଣ ଦୁର୍ବୃତ୍ତ ଜଣେ ବାଇକ୍ ଷ୍ଟାର୍ଟରେ ଥିବାବେଳେ ଆଉ ଜଣେ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଇ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁଖୀ ଛକ ଆଡ଼କୁ ଦ୍ରୁତ ଗତିରେ ପଳାଉଥିଲେ । ଏହାର ଭିଡିଓ ୟୁକୋ ବ୍ୟାଙ୍କ କ୍ୟାମେରାରେ କଏଦ ହୋଇଛି।  ଏ ନେଇ ଅଭେଦ ରାଉତରାୟ  ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୧୪୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନରସିଂହପୁର ପୋଲିସ ।

Leave A Reply

Your email address will not be published.