ବିଜେଡ଼ି ନେତା, କାଉନସିଲର ତଥା ସମାଜସେବୀ ବୁଲିଆନଙ୍କ ହୃଦଘାତରେ ପରଲୋକ

ଫୁଲବାଣୀ ୧୫/୦୭: ଶୁକ୍ରବାର ବାର କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟନ ନାୟକଙ୍କ ଅକାଳ ମୃତ୍ୟୁ ହୋଇଛି । ବୁଲିଆନଙ୍କ ଜି ଉଦୟଗିରି ସ୍ଥିତ ବାସଭବନରେରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବୁଲିଆନଙ୍କ ଅକାଳ ମୃତ୍ୟୁରେ ଜି. ଉଦୟଗିରି ସମେତ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ବୁଲିଆନ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ । ବର୍ତ୍ତମାନ ସେ ଜି.ଉଦୟଗିରି ଏନଏସିର ବିଜେଡି କାଉନସିଲର ଥିଲେ । ବୁଲିଆନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ । ସେ ଜନତା ଦଳରୂ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇଥିଲେ । ପରେ କଂଗ୍ରେସ ଟିକେଟରେ ଦଶପଲାରେ ଏମଏଲ ଏ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ । ସେ ଜଣେ ସ୍ପଷ୍ଟ ବାଦୀ, ନିର୍ଭିକ ଵ୍ୟକ୍ତି ଥିଲେ । ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ସଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସମାଜସେବୀ ସୁବାସ ଶତପଥୀ, ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.