ଦେଶର ଶ୍ରେଷ୍ଠ କଲେଜ-ବିଶ୍ବବିଦ୍ୟାଳୟର ରାଙ୍କିଙ୍ଗ୍ ଜାରି : ପୁଣି ଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ ୧୫।୭: ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ (NIRF) ଶୁକ୍ରବାର ଦିନ ଭାରତର ଶ୍ରେଷ୍ଠ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡିକର ରାଙ୍କିଙ୍ଗ୍ ପ୍ରକାଶ କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଆଇଆରଏଫ ଇଣ୍ଡିଆ ରାଙ୍କ ୨୦୨୨ ଘୋଷଣା କରିଛନ୍ତି । ରାଙ୍କିଙ୍ଗର ଘୋଷଣା ୧୦ଟି କାଟେଗୋରୀ,  ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡିକାଲ, ଆଇନ, ସ୍ଥପତ୍ୟ, ଡେଣ୍ଟାଲ ଓ ଗବେଷଣା ଏବଂ ମୋଟାମୋଟି ଭାବେ ଏହି ରାଙ୍କିଙ୍ଗ୍ ଘୋଷଣା କରାଯାଇଛି । ସାମଗ୍ରିକ ବର୍ଗରେ ଚଳିତ ବର୍ଷ ପୁଣିଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ କଲେଜ ହୋଇପାରିଛି । ସେହିଭଳି ଆଇଆଇଏସସି ବେଙ୍ଗାଲୁରୁ ଦ୍ବିତୀୟ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ, ଜେଏନୟୁ ଦ୍ବିତୀୟ ଏବଂ ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି । ଗତ ବର୍ଷ ତୃତୀୟ ସ୍ଥାନରେ ରହିଥିବା ବିଏଚୟୁ ଏଥର ଷଷ୍ଠ ସ୍ଥାନକୁ ଖସି ଆସିଛି। ଶ୍ରେଷ୍ଠ କଲେଜ ବର୍ଗରେ ଶ୍ରେଷ୍ଠ ୧୦ଟି କଲେଜ ମଧ୍ୟରୁ ୫ଟି ଦିଲ୍ଲୀ ବିଶ୍ବବିଦ୍ୟାଳୟର ।  ମିରାଣ୍ଡା ହାଉସ୍ ପୁଣି ଥରେ ଦେଶର ସର୍ବୋତ୍ତମ କଲେଜ ହୋଇଛି।  ଏହା ପରେ ଦ୍ବିତୀୟ ସ୍ଥାନରେ ହିନ୍ଦୁ କଲେଜ ଏବଂ ତୃତୀୟ ସ୍ଥାନରେ ପ୍ରେସିଡେନ୍ସି କଲେଜ ରହିଛି।

Leave A Reply

Your email address will not be published.