ସୁସ୍ମିତାଙ୍କ ସହ ଲଳୀତଙ୍କ ସମ୍ପର୍କକୁ ନେଇ ପୁଅ ରୁଚିର ମୋଦୀ କହିଲେ ଏପରି…

ମୁମ୍ବାଇ ୧୬।୦୭: ଭାରତରେ ଆଇପିଏଲ ଆରମ୍ଭ କରିଥିବା ଲଲିତ ମୋଦୀ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ନିକଟରେ ସେ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତାଙ୍କ ସମ୍ପର୍କକୁ ନେଇ ଆଲୋଚନା କରାଯାଉଛି। ସୋସିଆଲ ମିଡିଆରେ ସେ ସୁସ୍ମିତାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରି କ୍ୟାପସନରେ ଯାହା ଲେଖିଛନ୍ତି ତାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଲଲିତ ମୋଦୀଙ୍କ ପୁଅର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଲଲିତ ମୋଦୀଙ୍କ ପୁଅ ରୁଚିର ମୋଦୀ ତାଙ୍କ ପିତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି ଯେ ଏହା ତାଙ୍କ ଜୀବନ ଏବଂ ସେ ନିଜେ ନିଷ୍ପତ୍ତି ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ପରିବାର ବିଷୟରେ କିଛି କହିବାକୁ ଉଚିତ୍‌ ମନେ କରେ ନାହିଁ। କିନ୍ତୁ ବ୍ୟବସାୟ କିମ୍ବା ଅନ୍ୟାନ୍ୟ ବିଷୟ ଉପରେ ମନ୍ତବ୍ୟ ଦେବାରେ ମୋର କୌଣସି ଅସୁବିଧା ନାହିଁ । ମୁଁ ସବୁବେଳେ ଏସବୁ ବିଷୟରେ କଥାବାର୍ତ୍ତା କରି ଖୁସି ହେବି । କିନ୍ତୁ ରୁଚିର ତାଙ୍କ ପିତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି  ବି କହିବାକୁ ଏଡ଼ାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ଲଳିତ ମୋଦୀ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ସୁସ୍ମିତାଙ୍କୁ ଡେଟ କରୁଛନ୍ତି। ୨୦ ଘଣ୍ଟା ପରେ ସୁଷମିତା ସେନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା। ଲଲିତ ମୋଦୀଙ୍କ ସହ ସମ୍ପର୍କ ସାମ୍ନାକୁ ଆସିବା ପରେ ସୁସ୍ମିତା ସେନ୍ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ଝିଅଅ ରେନେ ଏବଂ ଆଲିଶାଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି। ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ ମୋର ଖୁସି ସ୍ଥାନରେ ଅଛି। ମୁ ବାହା ହେଇନାହିଁ। କେବଳ ଯଥେଷ୍ଟ ପ୍ରେମ । ଏହି ଫଟୋ ଦେଖିବା ପରେ ଅଭିନେତ୍ରିଙ୍କ ପୂର୍ବତନ ପ୍ରେମିକ ରୋହମାନ ମଧ୍ୟ ଏହି ସମ୍ପର୍କ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି। ସେମାନଙ୍କୁ ଖୁସି ରହିବାକୁ ଦିଅନ୍ତୁ ବୋଲି କହିଛନ୍ତି। ଏହି ପ୍ରେମ ସୁନ୍ଦର ଅଟେ ।

Leave A Reply

Your email address will not be published.