ଋଷି ସୁନାକଙ୍କ ବିରୋଧରେ ସମର୍ଥନ ଯୋଗାଡ କରୁଛନ୍ତି ବୋରିସ୍ ଜନସନ

ଲଣ୍ଡନ ୧୬/୦୭: ଯେତିକି ଯେତିକି ଦିନ ପାଖେଇ ଆସୁଛି ସେତିକି ସେତିକି ଉତ୍ସାହ ବଢିବାରେ ଲାଗିଛି । ବ୍ରିଟେନରେ ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନାକ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଋଷି ସୁନାକଙ୍କ ବିରୋଧରେ ସମର୍ଥକଙ୍କ ଯୋଗାଡ କରିବାରେ ବ୍ୟସ୍ତ ଅଛନ୍ତି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ସମର୍ଥକଙ୍କୁ କାହାକୁ ସମର୍ଥନ ନକରିବାକୁ ଉସକାଉଛନ୍ତି । ସେ କହୁଛନ୍ତି ଆଉ ଯିଏ ହେଉ ପଛେ ଚଳିବ କିନ୍ତୁ ସୁନାକ ନୁହେଁ । ଜୁଲାଇ ୭ରେ ଶାସକ କନଜରଭେଟିବ୍ ଦଳର ନେତା ଭାବେ ଇସ୍ତଫା ଦେଇଥିବା ଜନସନ ତାଙ୍କ ନେତାଙ୍କ ସହ ସାକ୍ଷାତ କରି ସୁନାକଙ୍କୁ ସମର୍ଥନ ନକରିବାକୁ କହିଛନ୍ତି । ଟାଇମ୍ସ ରିପୋର୍ଟ ଅନୁଯାୟୀ ଜନସନ ଋଷିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ତାଙ୍କ ବିରୋଧରେ ଚକ୍ରାନ୍ତ କରଥିବା ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ଜନସନ ଘୋଷଣା କରିଛନ୍ତି ଯେ ସେ ଦୌଡ଼ରେ କୌଣସି ନେତାଙ୍କ ପାଇଁ ପ୍ରଚାର କରିବେ ନାହିଁ । ଏହି ପ୍ରକ୍ରିୟାରେ ସେ ହସ୍ତକ୍ଷେପ କରିବେ ନାହିଁ । ଜନସନ ବୈଦେଶିକ ସଚିବ ଲିଜ ଟ୍ରସଙ୍କ ପାଇଁ ପରିବେଶ ସୃଷ୍ଟି କରୁଛନ୍ତି । ତାଙ୍କ ଦୃଢ ସମର୍ଥକ ଯାଦବ ରିସ୍ ମୋଗ୍ ଏବଂ ନାଡାଇନ୍ ଡୋରିସ୍ ତାଙ୍କ ପାଇଁ ପ୍ରଚାର କରୁଛନ୍ତି ।

Leave A Reply

Your email address will not be published.