ଗୃହରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର ୧୬/୦୭: ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଶ୍ନ ପତ୍ର ଲିକ ଘଟଣା । ରାଜ୍ୟ ସରକାର କହୁଛନ୍ତି ଆମେ ସବୁ ଥୀରେ ବିଶ୍ୱସ୍ତରୀୟ । କିନ୍ତୁ ବାସ୍ତବରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି? ନା ଶିକ୍ଷକ ଛାତ୍ରମାନଙ୍କୁ ପାସ କରାଇ ବିଶ୍ୱସ୍ତରୀୟ କରିବାକୁ ଚାହୁଛନ୍ତି । ଯାହା ପାଇଁ ଏ ଭଳି ହୁଏତ ଅନେକ ଘଟଣା ଘଟିଥିବା କିନ୍ତୁ ସାମ୍ନାକୁ ଆସୁନି । ଏବେ ଏବେ ଦଶମ ପରୀକ୍ଷା ଫଳ ବାହାରିଛି କିନ୍ତୁ କୋଉ ସ୍କୁଲ ଉତ୍ତୀର୍ଣ୍ଣ ହୋଇଛନ୍ତି କହିବେ କି ମନ୍ତ୍ରୀ ମହୋଦୟ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ୍ ଘଟଣା ରେ ସମ୍ପୁକ୍ତ ଥିବା ସାମ୍ନାକୁ ଆସିଛି । ତେବେ କଣ ହେଉଥିବ ସେହି ପିଲାଙ୍କ ଭବିଷ୍ୟତ । ଏ ଗୃହରୁ ପୂର୍ବରୁ ମଧ୍ୟ ନଜିର ଅଛି ଯେ ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରିଥିଲେ ଏ ସରକାର । ତେବେ ଏବେ ସମୟ ଆସିଛି ଯେଉଁମାନେ ଏ ଭଳି ଘଟଣା ଘଟାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବୀ କରିଛନ୍ତି ।

Leave A Reply

Your email address will not be published.