ହ୍ରାସ ହେଲା ATF ଦର, ଶସ୍ତା ହୋଇପାରେ ବିମାନ ଯାତ୍ରା, ଜାଣନ୍ତୁ କମିଲା କେତେ ?

ନୂଆଦିଲ୍ଲୀ ୧୬।୭: ବିମାନ ଯାତ୍ରୀଙ୍କ ଲାଗି ଖୁସି ଖବର । ଜୁଲାଇ ୧୬ ତାରିଖ ଶନିବାର ବିମାନ ଇନ୍ଧନ (ଏଟିଏଫ) ଦର ହ୍ରାସ ହୋଇଛି। ଏଟିଏଫ ମୂଲ୍ୟରେ ୨.୨ ପ୍ରତିଶତ ହ୍ରାସ ହୋଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ଯୋଗୁ କମ୍ପାନୀମାନେ ଏଟିଏଫ ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି। ଏଣୁ ବିମାନ ଇନ୍ଧନ ଦର ହ୍ରାସ ହୋଇଥିବାରୁ ଯାତ୍ରୀ ଭଡ଼ା ମଧ୍ୟ ସେହି ଅନୁସାରେ କମିପାରେ ବୋଲି ଏବେ ଆଶା କରାଯାଉଛି।

Leave A Reply

Your email address will not be published.