ନୀଳଗିରିରେ ଦନ୍ତା ହାତୀର ମୃତ୍ୟୁ, ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ସନ୍ଦେହ

ନୀଳଗିରି ୧୮।୭: ବାଲେଶ୍ଵର ଜିଲ୍ଲା ନୀଳଗିରି ନରଣପୁର ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ରାତିରେ ଦନ୍ତାଟି ଉପଦ୍ରବ କରୁଥିବା ବେଳେ ସକାଳେ ବରାଗଡ଼ିଆ ଗ୍ରାମରେ ହାତୀଟିର ମୃତଦେହ ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଆକ୍ରମଣ କରି ମାରି ଦେଇଥିଲା । ପ୍ରତିଶୋଧ ପରାୟଣ ହୋଇ ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନୀଳଗିରି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଛି ।

Leave A Reply

Your email address will not be published.