ବିଧାନସଭାରେ ଜିଏସ୍‌ଟି ତାତି, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର ୧୮।୦୭ : ବିଧାନସଭାରେ ଜିଏସ୍‌ଟି ତାତି । ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ । ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଲାଗି ମୁଲତବୀ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଖବର ଅନୁଯାୟୀ, ଖାଉଟିଙ୍କ ଉପରେ GST ମାଡ଼ ହୋଇଛି । ସୋମବାରଠୁ ମହଙ୍ଗା ହୋଇଛି ନିତିଦିନିଆ ଖାଉଟି ସାମଗ୍ରୀ । ମୁଢ଼ି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ଅଟା, ମହୁ ଉପରେ ଲାଗୁ ହୋଇଛି GST । ଏସବୁ ସାମଗ୍ରୀ ଉପରେ ୫ ପ୍ରତିଶତ GST ଲାଗୁ ହୋଇଛି । ଯାହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଛି ହଟ୍ଟଗୋଳ । ମୁଢି ଓ ଚୁଡ଼ା ଉପରେ ପାଞ୍ଚ ପ୍ରତିଶତ ଜିଏସ୍‌ଟି ଲାଗୁ ନେଇ କଂଗ୍ରେସ ପକ୍ଷରୁ ଆଜି ଗୃହରେ ହଟ୍ଟଗୋଳ ହୋଇଥିଲା । ଶେଷରେ ବାଚସ୍ପତି ବାଧ୍ୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.