କାଶୀନଗର ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା, ବର୍ତ୍ତମାନ ନଦୀର ଜଳସ୍ତର ୫୪.୨୨ ମିଟର

ଗଜପତି ୧୮।୭: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ । କାଶୀନଗର ନିକଟରେ ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୫୪.୧୦ ମିଟର ଥିବାବେଳେ ବର୍ତ୍ତମାନ ନଦୀର ଜଳସ୍ତର ୫୪.୨୨ ମିଟରରେ ପ୍ରବାହିତ ହେଉଛି । ସେପଟେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜର ୨୨ଟି ଗେଟ୍‌ରୁ ୨୧ଟି ଗେଟ୍ ଖୋଲାଯାଇଛି । ପ୍ରତି ମିନିଟ୍ରେ ୩୩,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

Leave A Reply

Your email address will not be published.