ଗୋବର ପରେ ଗୋ-ମୂତ୍ର କିଣିବେ ଛତିଶଗଡ ସରକାର, ଜାଣନ୍ତୁ କେତେ ରହିବ ଲିଟର

ରାୟପୁର ୧୯/୦୭: ଛତିଶଗଡର ଭୁପେଶ ବାଗେଲ ସରକାର ଗୋବର ପରେ ଗୋମୂତ୍ର କିଣିବାକୁ ଯୋଜନା କରୁଛନ୍ତି । ଗୋମୂତ୍ର କିଣିବାର ଏହି ପ୍ରକ୍ରିୟା ୨୮ ଜୁଲାଇରେ ହରେଲି ତିହାରରୁ ଶୁଭାରମ୍ଭ ହେବ । ରାଜ୍ୟରେ ଗୋମୂତ୍ର କ୍ରୟ ପାଇଁ ଛତିଶଗଡ ସରକାର କୃଷି ବିକାଶ, କୃଷକ କଲ୍ୟାଣ ଓ ବାୟୋଟେକ୍ନୋଲୋଜି ବିଭାଗରୁ ଲିଟର ପିଛା ସର୍ବନିମ୍ନ ୪ ଟଙ୍କାରେ ମିଳିବ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଦୁଇଟି ଗୋଶାଳାରୁ ଗୋମୂତ୍ର କିଣାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜିବାମୃତ ଏବଂ ଗୋମୂତ୍ରରୁ ପୋକ ନିୟନ୍ତ୍ରଣ ଉତ୍ପାଦ ପ୍ରସ୍ତୁତ କରିବେ । ମନୋନୀତ ଗୋଷ୍ଠୀଙ୍କୁ ପ୍ରାଣୀ ଚିକିତ୍ସା ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ତାଲିମ ଦିଆଯିବ । ଗୋଦାନ୍ ନ୍ୟାୟ ​​ମିଶନର ପରିଚାଳନା ନିର୍ଦ୍ଦେଶକ ଡଃ ଆୟାଜ ତମ୍ବୋଲି ସମସ୍ତ ସଂଗ୍ରହକାରୀଙ୍କୁ ଗୋଶାଳାରେ ଗୋ-ମୂତ୍ର କ୍ରୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଗୋଦାନ ନ୍ୟାୟ ଯୋଜନା ଅଧୀନରେ ଗୋଶାଳା ପରିଚାଳନା କମିଟି ଏହାର ବ୍ୟାଙ୍କ ଆକାଉଣ୍ଟରେ ଉପଲବ୍ଧ ସର୍କୁଲାର ପାଣ୍ଠିର ସୁଧ ପରିମାଣରୁ ଗା-ମୂତ୍ର କିଣାଯିବ ।

Leave A Reply

Your email address will not be published.