ବିସିସିଆଇରେ ସୌରଭ ଗାଙ୍ଗୁଲି-ଜୟ ଶାହା ରହିବେ କି ନାହିଁ ? ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ସଭାପତି ପଦରେ ସୌରଭ ଗାଙ୍ଗୁଲି ଏବଂ ଉପ ସଭାପତି ପଦରେ ଜୟ ଶାହ ରହିବେ କି ନାହିଁ ଏହା ଉପରେ ଫଇସଲା ଗୁରୁବାର ସୁପ୍ରିମକୋର୍ଟରେ ହେବ। ବିସିସିଆଇ ନିଜ ପଦାଧିକାରୀଙ୍କ କାର୍ଯ୍ୟକାଳ ସମ୍ବନ୍ଧରେ ସମ୍ବିଧାନରେ ସଂଶୋଧନ ନିବେଦନ କରି ଆବେଦନ ଦାଖଲ କରିଥିଲା। ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି କୃଷ୍ଣ ମୁରାରୀ ଏବଂ ବିଚାରପତି ହିମା କୋହଲୀଙ୍କ ପୀଠ  ମାମଲାକୁ ଗୁରୁବାର ପାଇଁ ସ୍ଥଗିତ ରଖିଛନ୍ତି. କାରନ ବିସିସିଆଇ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଶୁଣାଣି ସ୍ଥଗିତ କରିବାକୁ ଦାବି କରିଥିଲେ। ବିହାର କ୍ରିକେଟ୍ ସଂଘ ପକ୍ଷରୁ ହାଜର ଆଇନଜୀବୀ କହିଛନ୍ତି, ପଦାଧିକାରୀ ନିଜ କାର୍ଯ୍ୟକାଳ ଏ ଯାଏଁ ଜାରି ରଖିଛନ୍ତି। କିନ୍ତୁ ନିୟମ ଅନୁଯାୟୀ ଦେଖିଲେ ଗାଙ୍ଗୁଲି ଏବଂ ଶାହଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି। ଏହା ଉପରେ ଗୁରୁବାର ଶୁଣାଣି କରାଯିବ ବୋଲି ପୀଠ କହିଛନ୍ତି। ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ଏହି ମାମଲାରେ ନିଜକୁ ପକ୍ଷଭୁକ୍ତ କରିବାକୁ ସ୍ଵୀକୃତି ନେବା ପାଇଁ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି।

Leave A Reply

Your email address will not be published.