ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ଓ ପ୍ରଫେସର ବିବାଦ ଘଟଣା : ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପରୀକ୍ଷା ଦେଲେ ଦୁଇ ଛାତ୍ର

ବ୍ରହ୍ମପୁର ୨୦।୭: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ଓ ପ୍ରଫେସର ବିବାଦ ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବୁଧବାର ଦୁଇ ଛାତ୍ର ପରୀକ୍ଷା ଦେଇଛନ୍ତି । ଦୁଇ ଛାତ୍ର ହେଉଛନ୍ତି ଋଷିକେଶ ବାଡତ୍ଯା ଏବଂ ଦୀନେଶ କୁମାର ପାଢୀ । ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗର ଦୁଇ ଜଣ ଛାତ୍ରଙ୍କୁ ଚତୁର୍ଥ ସେମିଷ୍ଟର ପରୀକ୍ଷା ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରଣ କରିବାକୁ ନେଇ ଗତ ୧୮ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦେଖା ଦେଇଥିଲା ଛାତ୍ର ଅଶାନ୍ତି । ଗତ ୨୧ ତାରିଖରେ ଓଡିଆ ବିଭାଗର ଜନୈକ ଛାତ୍ରୀଙ୍କୁ ବିଭାଗୀୟ ପ୍ରଫେସର ବାସଭବନରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଗୋପାଳପୁର ପୁଲିସ୍ ବିଭାଗୀୟ ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗିରଫ କରିଥିଲ । ସେପଟେ ବିଭାଗୀୟ ଓଡିଆ ପ୍ରଫେସରଙ୍କୁ ଦୁଇ ଜଣ ଛାତ୍ର ମାଡ ମାରିବା ଅଭିଯୋଗ କ୍ରମେ ପୁଲିସ୍ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା । ବିଶ୍ବବିଦ୍ୟାଳୟ ଚତୁର୍ଥ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଗିରଫ ଦୁଇ ଛାତ୍ରଙ୍କୁ ପରୀକ୍ଷା ଦେବା ପାଇଁ ବିଶ୍ଵବିଦ୍ୟାଳୟ ଶୃଙ୍ଖଳା କମିଟିର ନିଷ୍ପତ୍ତି ପ୍ରକାରେ ଅନୁମତି ମିଳିନଥିଲା ।

Leave A Reply

Your email address will not be published.