ଶିଖ୍ ବିରୋଧୀ ଦଙ୍ଗା: ଆଉ ୫ ଜଣଙ୍କୁ ଗିରଫ କଲା ଏସ୍‌ଆଇଟି; ଗିରଫ ସଂଖ୍ୟା ୨୭କୁ ବୃଦ୍ଧି

ଆଦିଲ୍ଲୀ: ଆଜକୁ ପ୍ରାୟ ୩୮ ବର୍ଷ ତଳେ (୧୯୮୪)ହୋଇଥିବା କାନପୁର ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବୁଧବାର ୫ ଜଣଙ୍କୁ ଗିରଫ କରିଛି। କିଦୱାଇ ନଗର ଠାରେ ହୋଇଥିବା ହତ୍ୟାକାଣ୍ଡରେ ଏହି ୫ ଜଣ ସମ୍ପୃକ୍ତ ଥିଲେ। ଗିରଫ ୫ ଜଣ ହେଲେ- ଅନୀଲ କୁମାର, ରାମର ସହଯୋଗୀ ବଗ୍ଗାଦ, ମୁସ୍ତକିମ ଅବଦୁଲ ୱାହୀଦ ଏବ ଇର୍ଶାଦ। ଗିରଫ ସମସ୍ତ ଅପରାଧି ୬୦ରୁ ଅଧିକ ବୟସର ହୋଇଥିବା ପୁଲିସ କହିଛି। ଗିରଫଦାରୀକୁ ନେଇ ଏସ୍‌ଆଇଟିର ପୁଲିସ ଡିଆଇଜି ବାଲେନ୍ଦୁ ଭୂଷଣ ସୂଚନା ଦେଇଛନ୍ତି। ସେ କହିଛନ୍ତି “୧୯୮୪ ଶିଖ୍ ଦଙ୍ଗା ଘଟଣାରେ ଲଗାତର ଗିରଫଦାରୀ ହେଉଛି। ଘଟଣାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲାଣି।” ସୂଚନା ଥାଉଖି ଅକ୍ଟୋର ୩୧ ତାରିଖ ୧୯୮୪ ମସିହାରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାରେ କାନପୁରରେ ୧୨୭ ଶିଖଙ୍କୁ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏହି ଶିଖ ବିରୋଧୀ ଦଙ୍ଗା ଉଗ୍ର ରୂପ ନେଇଥିଲା।

Leave A Reply

Your email address will not be published.