ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଉଥ ଷ୍ଟାର ମାଧବନ୍

ଭୁବନେଶ୍ୱର ୨୧/୦୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ତଥା ସାଉଥ ଷ୍ଟାରର ଆର୍ ମାଧବନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଅତ୍ୟନ୍ତ ଚମତ୍କାର ବୋଲି ମାଧବନ କହିଛନ୍ତି । ଭୁବନେଶ୍ୱରର ପରିବେଶକୁ ପ୍ରଶଂସା କରିବା ସହ ମାଧବନ କହିଛନ୍ତି ଯେ, ଭୁବନେଶ୍ବର ବହୁତ ସଫାସୁତୁରା । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ମାଧବନ ଏବଂ ତାଙ୍କ ପରିବାରକୁ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ମାଧବନ ଏବଂ ତାଙ୍କ ପରିବାରକୁ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସ୍ୱିମିଂ ପ୍ରତିଯୋଗିତାରେ ଅତିଥି ଭାବେ ଯୋଗ ଦେଇଥିଲେ ଆର୍. ମାଧବନ । ତାଙ୍କ ପୁଅ ଭେଦାନ୍ତ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Leave A Reply

Your email address will not be published.