ଗାଁ ମୁଣ୍ଡରୁ ମିଳିଲା ସୁମତୀଙ୍କ ମୃତଦେହ, ବୁଧବାରଠୁ ଥିଲେ ନିଖୋଜ

ରାଉରକେଲା ୨୧।୦୭ : ସୁନ୍ଦରଗଡ଼ ସାନଝରଣ ଗାଁ ନିକଟରୁ ଏକ ମୃତଦେହ ଠାବ । ମୃତକଙ୍କ ନାମ ସୁମତୀ ମୁଣ୍ଡା ବୋଲି ଜଣାପଡିଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୁମତୀ ମୁଣ୍ଡା ବୁଧବାରଠୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତାମିଳିନଥିଲା । ଶେଷରେ ଗୁରୁବାର ସକାଳୁ ସାନଝରଣ ନିକଟ ରାସ୍ତାରେ ସୁମତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ସୁମତୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଇଛି । ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଓ ପରିବାର ଆଶା ରଖିଛନ୍ତି ।

Leave A Reply

Your email address will not be published.