ଫ୍ଲାଏ ଓଭର ନିର୍ମାଣ ଦାବିରେ ୫୨୦ନଂ ଜାତୀୟ ରାଜପଥ ଅବରୋଧ

ବଡବିଲ ୨୧।୭: ଦୁର୍ଘଟଣାକୁ କେନ୍ଦ୍ର କରି ୫୨୦ନଂ ଜାତୀୟ ରାଜପଥ ଅବରୋଧ । ଫ୍ଲାଏ ଓଭର ନିର୍ମାଣ ଦାବିରେ ଲୋକଙ୍କ ଧାରଣା । ଯୋଡ଼ା ଥାନା ବିଲେଇପଦା ଛକରେ ଗୁରୁବାର ଏକ ଟ୍ରକ୍ ବାଇକକୁ ଧକ୍କା ଦେବାରୁ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ଉଭୟଙ୍କୁ  ଚିକିତ୍ସା ପାଇଁ ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଛକରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ, ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ପ୍ରତିକାର ନିମନ୍ତେ କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ । ଫଳରେ ଜାତୀୟ ରାଜପଥ ୫୨୦ରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଜନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇଛି । ପ୍ରଶାସନ ତୁରନ୍ତ ଏହାର ପଦକ୍ଷେପ ନେବା ସହ ଫ୍ଲାଏ ଓଭର ନିର୍ମାଣ ଦାବି ଜଣାଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

Leave A Reply

Your email address will not be published.