ପୁରୀ ମିଶ୍ର ନୋଳିଆ ସାହିରେ ଧଳାଜହର ବ୍ୟବସାୟ ଘଟଣା

ପୁରୀ ୨୧।୭: ପୁରୀ ମିଶ୍ର ନୋଳିଆ ସାହିରେ ଧଳାଜହର ବ୍ୟବସାୟ ଘଟଣାରେ ୮ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବ୍ୟବସାୟୀ ରହିଛନ୍ତି ।  ବାସେଳୀ ସାହି ଥାନା ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏ ନେଇ ସାମବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି । ୮ ଗିରଫଙ୍କ ମଧ୍ୟରେ ୫ ମହିଳା, ୩ ପୁରୁଷ ଅଛନ୍ତି । ମୋଟ୍ ୨୬୭ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଗିରଫଙ୍କ ନିକଟରୁ ୫ଟି ମୋବାଇଲ ସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି । ଖୁଲମଖୁଲା ବିଚ୍ ରାସ୍ତାରେ ଓ ଘରେ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବୁଧବାର ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍।

Leave A Reply

Your email address will not be published.