ଶୂନ୍ୟକାଳରେ ଉଠିଲା ଇଡିର ଜେରା ପ୍ରସଙ୍ଗ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର ୨୧।୦୭ : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ବିଧାନସଭାରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କୁ ହୋହାଲ୍ଲା ଓ ଉତ୍ତେଜନା ଲାଗି ମୁଲତବୀ ଘୋଷଣା କଲେ ବାଚସ୍ପତି । ଖବର ଅନୁଯାୟୀ, ଗୁରୁବାର ଦିନ ଶୂନ୍ୟକାଳରେ ଉଠିଥିଲା ଇଡିର ଜେରା ପ୍ରସଙ୍ଗ । ଯାହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ମୁହାଁମୁହାଁ ହୋଇଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ୍‌ ନିକଟକୁ ଆସି ହୋ ହାଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । ଯାହାକୁ ଦେଖି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍‌ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନୋଟିସ୍‌ କରିଥିଲା ଇଡି । ଜେରା ପାଇଁ ନୋଟିସ୍‌ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶେଷରେ ଇଡିର ବାରମ୍ବାର ନୋଟିସ୍‌ ପରେ ଆଜି (ଜୁଲାଇ ୨୧ରେ) ହାଜର ହୋଇଛନ୍ତି ।  

Leave A Reply

Your email address will not be published.