ବିଦ୍ୟାଳୟ ବନ୍ଦ ପ୍ରତିବାଦ: ବିଇଓ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଲମତାପୁଟ ୨୧/୦୭: ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଲମତାପୁଟ ବ୍ଲକର ପଇବେଡା ଏବଂ ଏନୁଙ୍ଗୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ବସିଛନ୍ତି ଧାରଣାରେ । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟାରୁ ଅଧିକ ସମୟ ହେବ ଧାରଣାରେ ବସିଛନ୍ତି । ଲଗାଣ ବର୍ଷାକୁ ଖାତିର ନକରି ଗତକାଲି ସକାଳ ୧୦.୩୦ରୁ ଆସି ରାତିରାତି ସାରା ଧାରଣା ବସିଛନ୍ତି । ଅଭିଭାବକଙ୍କ ଅଭିଯୋଗ ଯେ ଲମତାପୁଟ ବ୍ଲକରେ ବହୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ଦର୍ଶାଇ ବହୁ ବିଦ୍ୟାଳୟ ବନ୍ଦ ହୋଇଯାଇଛି । ସେଥିରୁ ପଇବେଡା ଏବଂ ଏନୁଙ୍ଗୁ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଭୁଲ ତଥ୍ୟ ଦେଇ ପିଲା ସଂଖ୍ୟା ନଥିବା ଦର୍ଶାଇ ବିଦ୍ୟାଳୟ ବନ୍ଦ କରାଯାଇଛି । ୨୦୨୦ ରୁ ପିଲାଙ୍କ ପାଠ ପଢାରେ ସମ୍ପୂର୍ଣ ରୋକ ଲାଗି ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଥିବା କହିଛନ୍ତି । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ କେହି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିରେ ଧାରଣା ଦେଇଛନ୍ତି ।

Leave A Reply

Your email address will not be published.