ଏକନାଥ ସିନ୍ଦେ କିପରି ପ୍ରଥମ ଧାଡିରେ ବସିଲେ ? ପ୍ରୋଟୋକଲକୁ ନେଇ ପ୍ରଶ୍ନ ଉଠାଇଲେ ଖଡଗେ

ନୂଆଦିଲ୍ଲୀ ୨୬/୦୭:  କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଅନାଦାର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ରାଜନାତି ଜୋର୍ ଧରିଛି । ଏବେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଖଡଗେ । ଖଡଗେ ପ୍ରଶ୍ନ କରିଛନ୍ତି ଯେ, ପ୍ରୋଟୋକଲ ଅନୁସାରେ ଦେବେନ୍ଦ୍ର ଫଡନାବୀସ କିପରି ଆସିଲେ ଓ ଏକନାଥ ସିନ୍ଦେ କେମିତି ପ୍ରଥମ ଧାଡିରେ ବସିଲେ । ଜଣେ ମାନ୍ୟତାପ୍ରାପ୍ତ ବିରୋଧି ଦଳ ନେତାଙ୍କୁ ନଜରଅନ୍ଦାଜ କରିବା ଠିକ୍ ନୁହେଁ । ଏହାସହ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ଏପରି କରିବା ଅନୁଚିତ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ସମାରୋହରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅପମାନିତ କରାଯାଇଥିବା କଂଗ୍ରେସ କହିଥିଲା। ଦଳ ପକ୍ଷରୁ କୁହାଯାଇଥିଲା ଯେ, ସେ ଯେଉଁ ପଦରେ ଅଛନ୍ତି ତାଙ୍କୁ ସେଭଳି ସମ୍ମାନ ଦିଆଯାଇ ନାହିଁ।  ଏଭଳି ଅଭିଯୋଗ କରି ରାଜ୍ୟସଭା ସଭାପତି ଏମ୍‌ ଭେଙ୍କେୟା ନାଇଡଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳର ନେତା। ଚିଠିରେ ଦର୍ଶାଯାଇଥିଲା ଯେ, ସୋମବାର ଶପଥଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଯେଉଁ ସିଟ୍ ଦିଆଯାଇଥିଲା ତାହା ତାଙ୍କ ଯୋଗ୍ୟତା ଅନୁସାରେ ନଥିଲା। ବିରୋଧୀ ଦଳର ନେତାଙ୍କୁ ଏଭଳି ଆସନ ଦେଇ ଶାସକ ଦଳ ତାଙ୍କୁ ଅପମାନିତ କରିଛି ।

Leave A Reply

Your email address will not be published.