ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଭାଲୁ, ଲଢେଇ କରି ବଞ୍ଚାଇଲେ ଜୀବନ

ସୋର ୨୬।୭: ଭାଲୁ କାମୁଡାରେ ଜଣେ ଗୁରୁତର ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଦୁଇ ଗୋଟି ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଜଙ୍ଗଲ ଅବକ୍ଷୟ ଯୋଗୁଁ ଭାଲୁମାନେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଆସି ଲୋକଙ୍କୁ ଆକ୍ରମଣ କରୁଛନ୍ତି l ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ମଣିପୁର ପଞ୍ଚାୟତ ଯାତପଦା ଗାଁର ଗୋପୀନାଥ କିସ୍କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ମା’ ଓ ଛୁଆ ଭାଲୁ ମିଶି ତାଙ୍କୁ ଆକ୍ରମଣ କରିଥିଲେ l ଦୁଇ ଗୋଟି ଭାଲୁଙ୍କ ସହିତ ଗୋପୀନାଥ ଲଢେଇ କରିବା ପାଟି କରିବାରୁ ଗାଁ ଲୋକେ ଭାଲୁ କବଳରୁ ଗୋପୀନାଥଙ୍କୁ ଉଦ୍ଧାର କରିଥିଲେ । ଯାତପଦା ପାହାଡ଼ ପାଦଦେଶରେ ହୋଇଥିବାରୁ ଅନେକ ସମୟରେ ଏହି ଅଞ୍ଚଳର ଲୋକେ ଭାଲୁ ଓ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥାନ୍ତି । ସ୍ଥାନୀୟ ବାସିନ୍ଦା ଜଙ୍ଗଲୀ ଜନ୍ତୁ ଆକ୍ରମଣର ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗର ନିଷ୍କ୍ରିୟତା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.