ପ୍ରତି ପଞ୍ଚାୟତରେ ସିସିଟିଭି ଲଗାଇବାକୁ ଏସ୍‌ପିଙ୍କ ଅନୁରୋଧ, କମିବ ହିଂସାକାଣ୍ଡ ଓ ବିଶୃଙ୍ଖଳା

ଖଲ୍ଲିକୋଟ ୨୬।୭: ଗଞ୍ଜାମ ଜିଲ୍ଲାରେ ଏବେ ଦିନକୁ ଦିନ ସାମାଜିକ ବାସନ୍ଦ ସମେତ ନାନା ପ୍ରକାରର ବିଶୃଙ୍ଖଳା ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି । ଏହାକୁ ରୋକିବା ନେଇ ମଙ୍ଗଳବାର ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ୍ କୁମାର ରାୟଙ୍କ ଅଧ୍ୟକ୍ଷତାରେ  ଛତ୍ରପୁର ଥାନା ଅଧିନ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ଗାଁରେ ସାମାଜିକ ବାସନ୍ଦ, ଗୁଣିଗାରେଡି, ଅନ୍ଧବିଶ୍ବାସ କୁସଂସ୍କାର ଦୂର କରିବା ଏବଂ ଅନ୍ଧବିଶ୍ବାସ ପ୍ରଥା ଦୂର କରିବା, ଗଣ୍ଡଗୋଳ ରୋକିବା ଆଦି  ପଂଚାୟତ ପ୍ରତିନିଧିଙ୍କ ମୁଖ୍ୟ ଭୂମିକା ରହିଛି । ଯଦି ଏଭଳି କିଛି ଘଟଣା ଘଟିବା ପୂର୍ବରୁ ସୁରାଗ ପାଇବା ମାତ୍ରେ ପୋଲିସକୁ ଅବଗତ କରାଇବାକୁ କୁହାଯାଇଛି । ଚୋରା ବାଲି ଚାଲଣ, ଚୋରା ମଦ କାରବାର ଏଭଳି ଘଟଣାକୁ କେନ୍ଦ୍ରକରି  ଗାଁ ଗାଁରେ ଗୋଷ୍ଠୀ କନ୍ଦଳ ଦେଖାଦେଉଛି । ଏଭଳି କ୍ଷେତ୍ରରେ ପୋଲିସ ତୁରନ୍ତ ଅବଗତ କରାଇବାକୁ ଅନୁରୋଧ କରାଯାଇଛି । ଏହାସହ ଗାଁ ଗାଁରେ ଆମ ପୋଲିସ ସମିତି ବୈଠକ କରି ଏଥିରେ ସବୁ ଲୋକଙ୍କୁ ସାମିଲ କରାଇ ସଚେତନତା କରାଇବାକୁ କୁହାଯାଇଥିଲା । ଜାତି ଭେଦଭାବକୁ ନେଇ କିଛି ପଞ୍ଚାୟତରେ ପାଟିତୁଣ୍ଡ ହେଉଛି ଏହାକୁ ପୋଲିସ ପକ୍ଷରୁ ସଚେତନତା କରିବାକୁ ପୋଡାପଦର ସରପଞ୍ଚ ପ୍ରତିନିଧି କହିଥିଲେ ।  କିଛି ଦିନ ତଳେ ଉକ୍ତ ପଞ୍ଚାୟତରେ ଏହିଭଳି ଘଟଣା ଘଟିଥିବା ସେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.