ଯୁବକଙ୍କ ଉନ୍ମତକାଣ୍ଡ, ରାସ୍ତାରେ ଯୁବତୀଙ୍କୁ ଗୋଡାଇଲେ

ସାଲେପୁର ୨୬।୭: ରାସ୍ତାରେ ଯୁବକଙ୍କ ଉନ୍ମତକାଣ୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଜଗତପୁର ନିମପୁର ସ୍ପୋର୍ଟସ କ୍ଲବ୍ ନିକଟ ରାସ୍ତାରେ।   ସୂଚନାଯୋଗ୍ୟ ଯେ, ଜଗତପୁର ନିମପୁର ସ୍ପୋର୍ଟସ କ୍ଲବ୍ ନିକଟ ରାସ୍ତାରେ ଜଣେ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି । ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବାଇକ୍ ଆରୋହୀ, କାର୍ ଓ ଜଣେ ଯୁବତୀଙ୍କୁ ଗୋଡାଇ ଥିଲେ। ଯୁବକଙ୍କ ଏଭଳି ଉନ୍ମତ ବ୍ୟବହାର ଦେଖି ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କୌଶଳକ୍ରମେ ଯୁବକଙ୍କୁ କାବୁ କରିଥିଲେ। ଏଥିସହ ଜଗତପୁର ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ କାବୁ କରିଥିବା ଯୁବକକୁ ଜଗତପୁର ଥାନା ପୋଲିସର ଜିମା ଦେଇଛନ୍ତି। ଏନେଇ ପ୍ରାଥମିକ ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.