ୱେଷ୍ଟଇଣ୍ଡିଜ-ଭାରତ ଶେଷ ଦିନିକିଆ, ‘କ୍ଲିନ୍‌ ସୁଇପ୍‌’ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌ ୨୭।୦୭: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବାକୁ ଲଢେଇ କରିବ । ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶେଷ ୧୦ ଓଭରରେ ଭାରତକୁ ବିଜୟ ପାଇଁ ୧୦୦ ରନ୍‌ ଆବଶ୍ୟକ ହେଉଥିଲା । ଅକ୍ଷର ପଟେଲ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ବୁଧବାର ଆଧିପତ୍ୟ ବିସ୍ତାର କରି ଖେଳିବାକୁ ଭାରତ ପ୍ରୟାସ କରିବ । ଦଳର ଦୁଇ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ଼ା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । ଆଜି ଉଭୟଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିବେ । ପ୍ରଥମ ୨ଟି ଯାକ ମ୍ୟାଚ୍‌ ପରାଜିତ ହୋଇଥିଲେ ହେଁ ଘରୋଇ ଦଳ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ଯୋଗୁ ବିଜୟ ସମ୍ଭବ ହୋଇ ନଥିଲା ।  ଏଥର ସବୁ ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ସାଇ ହୋପ୍‌ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର । ହେଲେ ଅଲ୍‌ରାଉଣ୍ଡର ଜାସନ ହୋଲ୍ଡରଙ୍କୁ ଏକାଦଶରେ ସ୍ଥାନ ନମିଳିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କହିଲେ ଭୁଲ ହେବ ନାହିଁ । ମଙ୍ଗଳବାର ସେ ଏକାଦଶକୁ ଫେରିବା ଆଶା କରାଯାଉଛି ।

Leave A Reply

Your email address will not be published.