‘ଗୋଟିଏ କିମ୍ବା ଦୁଇ ଓଭର ମିଳିଯାଇଥିଲେ…’ ଶତକରୁ ୨ ରନ୍ ଦୂରରେ ରହିବା ପରେ ନିରାଶ ଶୁଭମନ

ନୂଆଦିଲ୍ଲୀ,୨୮/୦୭:ଭାରତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତିନି ଟିକିଆ ସିରିଜକୁ କ୍ଲିନସ୍ୱିପ୍ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲାରେ ଭାରତ ୧୧୯ ରନରେ ଜିତି ନେଇଛି । ତୃତୀୟ ଦିନିକିଆରେ ଦଳ ବିଜୟର ହିରୋ ଥିଲେ ଶୁଭମନ ଗିଲ୍ । ସେ ଅପରାଜିତ ୯୮ ରନ୍ କରିଥିଲେ । ତାଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ଲଗାଇବା ପାଇଁ ସୁଯୋଗ ଥିଲା । କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇନଥିଲା । ମ୍ୟାଚ୍ ପରେ ଯେତେବେଳେ ତାଙ୍କୁ ଏବାବଦରେ ପ୍ରଶ୍ନ ପଚରାଯାଇଥିଲା ସେ ନିରାଶ ଥିବା କହିଥିଲେ ।  ଶୁଭମନ କହିଥିଲେ ଯେ. ଏହା ପିତା ମେଡିସିନ୍ ଭଳି ଥିଲା । ସେ ଶତକ ଆଶା କରିଥିଲେ । କିନ୍ତୁ ତାହା ତାଙ୍କ ନିୟନ୍ତ୍ରଣରେ ନଥିଲା । କାରଣ ବର୍ଷା ହେଉଥିଲା । ଏହା ସତ୍ତ୍ୱେ ସେ ତାଙ୍କ ଇନିଂସରେ ଖୁସି ଅଛନ୍ତି । ସେ ପ୍ରଥମ ଦୁଇଟି ମ୍ୟାଚରେ ଭଲ ଆରମ୍ଭ କରିଥିଲେ ବି ଆଉଟ୍ ହୋଇଯାଇଥିଲେ । ତୃତୀୟ ମ୍ୟାଚରେ ଲଗାତର ଷ୍ଟ୍ରାଇକ୍ ରୋଟେଟ୍ ପାଇଁ ଚେଷ୍ଟା କରିଥିଲେ । ଭାବିଚିନ୍ତି ବ୍ୟାଟିଂ କରିଥିଲେ । ଆଉ କେବଳ ଗୋଟିଏ କିମ୍ବା ଦୁଇଟି ଓଭର ଦରକାର ଥିଲା । ବ୍ୟାଟିଂ ପାଇଁ ଉପଯୁକ୍ତ ପରିବେଶ ଥିଲା ।

Leave A Reply

Your email address will not be published.