ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ୨୫ ବିଧାୟକ, ୨ ଅଗଷ୍ଟରେ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର, ୩୦/୦୭: ୨ ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ୨୫ ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ୨୫ ଜଣ ବିଧାୟକ ।  ବିଜେଡିର ୧୫ ବିଧାୟକ, ବିଜେପିର ୬ ଜଣ ଓ କଂଗ୍ରେସର ୩ ବିଧାୟକ ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.