ପୋଖରୀ ନିଲାମକୁ ନେଇ ଧାରଣାରେ ବସିଲେ ମହିଳା ସ୍ବୟଂସହାୟକ ଗୋଷ୍ଠୀ

ଭଦ୍ରକ ୩୦।୭: ପୋଖରୀ ନିଲାମକୁ ନେଇ ଧାରଣାରେ ଗ୍ରାମବାସୀ ଓ ସ୍ବୟଂସହାୟକ ଗୋଷ୍ଠୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ସମ୍ମୁଖରେ ଗ୍ରାମବାସୀ ତଥା ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ଧାରଣାରେ ବସିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ତେବେ ଗାଁର ଏକ ପୋଖରୀ ନିଲାମକୁ ନେଇ ଗ୍ରାମବାସୀ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ପରେ ସରପଞ୍ଚ ଓ କେତେକ ସମର୍ଥକ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ  ଗାଳି ଗୁଲଜ କରୁଥିବା ନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଛି । ତେବେ ଗ୍ରାମବାସୀ ତଥା ଯଶୋଦା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି । ତେବେ ଘଟଣାକୁ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.