ଝାଡ଼ାବାନ୍ତିରେ ଗଲା ଆଉ ଏକ ଜୀବନ, ୧୩ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା

ରାୟଗଡ଼ା ୩୦।୦୭: ଝାଡ଼ାବାନ୍ତି ନେଲା ଆଉ ଗୋଟିଏ ଜୀବନ। ୧୩ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା । ମୃତକ ହେଲେ ଟିକିରାପଡା ଗ୍ରାମର ଗୁରୁବାରି ଦୋରା (୫୫)। ଖବର ଅନୁଯାୟୀ, ଗତ ତିନି ଦିନ ଧରି ଗୁରୁବାରି  ଦୋରା  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ଶୁକ୍ରବାର ଦିନ ଗୁରୁବାରିଙ୍କ ଘରେ ହିଁ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗର ଏକ  ଟିମ୍‌ ଲଗାତର ଭାବେ ବିଭିନ୍ନ ସ୍ଥାନ ବୁଲି ବୁଲି ଯାଞ୍ଚ କରୁଛନ୍ତି । ସେହିପରି ଅନ୍ୟପଟେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି । ବିରୋଧୀ ଦଳ ଶାସକ ଦଳଙ୍କୁ ଟାର୍ଗେଟ କରିଥିଲେ । ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ଏହାର ଉତ୍ତର ରଖି କହିଥିଲେ କି, ସରକାର କୌଣସି ତଥ୍ୟ ଲୁଚାଉନାହାନ୍ତି । ମୃତ୍ୟୁ ସଂଖ୍ୟା ଏବେ ଯେତିକି ଅଛି । ତାହା ଆଗାମୀ ଦିନରେ ବଢିପାରେ ବୋଲି କହିଥିଲେ ।

Leave A Reply

Your email address will not be published.