ଶିକ୍ଷକଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ

ସୋନପୁର ୩୦।୭: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୮ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ଥିଲେ । ସେଥିମଧ୍ୟରୁ ଶୁକ୍ରବାର ତରବରିଆ ଭାବେ ଜଣେ ଶିକ୍ଷକକୁ ଅନ୍ୟତ୍ର ଡେପୁଟେସନରେ ପଠାଇଦେଇଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ବିରୋଧ ସତ୍ତ୍ବେ ସଂପୃକ୍ତ ଶିକ୍ଷକଙ୍କୁ ବିଇଓ ଅନ୍ୟତ୍ର ପଠାଇ ଦେଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଶିକ୍ଷକ ସମସ୍ୟା ଥିବାରୁ ଦାବି କରି ଗତ ୭ ତାରିଖରେ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଦିଆଯାଇଥିଲା । ପୁଣି ଶୁକ୍ରବାର ତାଙ୍କୁ ହଠାତ ଡେପୁଟେସନରେ ପଠାଇଦେଲେ । ଏହାର ପ୍ରତିବାଦ କରି ସ୍କୁଲ ମୁଖ୍ୟ ଫାଟକରେ ଅବିଭାବକମାନେ ତାଲା ମାରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଧାରଣାରେ ବସିଛନ୍ତି । ବିଦ୍ୟାଳୟରୁ ଡେପୁଟେସନରେ ପଠାଇଥିବା ଶିକ୍ଷକଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଅଭିଭାବକମାନେ କହିଛନ୍ତି । ଶିକ୍ଷକମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ କରାଇ ଦେଇ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ତା ସହ ବିଇଓଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ସଂପୃକ୍ତ ଶିକ୍ଷକଙ୍କୁ ରିଲିଭ କରିଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।

Leave A Reply

Your email address will not be published.