ଜୟ ନାରାୟଣ ମିଶ୍ର  ହେଲେ ବିରୋଧୀ ଦଳ ନେତା, ନେଲେ ପ୍ରଦୀପ୍ତ ନାଏକଙ୍କ ସ୍ଥାନ

ଭୁବନେଶ୍ଵର: ବଦଳିଲେ ଓଡିଶା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା। ଏବେ ବିଧାନସଭାରେ ଆହୁରି ଶାଣିତ ହେବ ବିରୋଧୀ ଦଳର ସ୍ଵର।ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା। ଏ ନେଇ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ।  ଜୟ ନାରାୟଣ ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି। ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ୨୦୧୯  ବିଧାନସଭା ନିର୍ବାଚନ ପରେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି। ଏମିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତି ବାରି ହୋଇ ପଡୁଥିଲା। ଏହି କ୍ରମରେ ଦଳ ସମ୍ବଲପୁରର ଚାରି ଥରର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।

Leave A Reply

Your email address will not be published.