ହାଇଓ୍ବା ଧକ୍କାରେ ସାଇକେଲ୍ ଆରୋହୀ ମୃତ, ବାଇକ୍ ଚାଳକ ଗୁରୁତର

ଭଦ୍ରକ ୩୦।୭: ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ୧୬ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଦ୍ରୁତ ଗତିରେ ଆସୁଥିବା ହାଇୱାଟି ପ୍ରଥମେ ସାଇକେଲ ଆରୋହୀକୁ ପଛପଟୁ ଧକ୍କା ଦେଇଥିଲା ଓ ପରେ ଜଣେ ବାଇକ୍ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଜଣଙ୍କ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତର ବାଇକ୍ ଆରୋହୀଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ମୃତ ସାଇକେଲ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ, ଗୁରୁତର ବାଇକ୍ ଆରୋହୀ ଜଣଙ୍କ ଗେଲପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.