ଶ୍ରାବଣ ମାସର ତୃତୀୟ ସୋମବାର, ବାବା ଧବଳେଶ୍ୱରଙ୍କୁ ଜଳଲାଗି କରୁଛନ୍ତି କାଉଡିଆ

ଆଠଗଡ ୦୮/୦୧: ପ୍ରବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ବିଭିନ୍ନ ଶୈବ ପୀଠରେ ଜଳଲାଗି କରୁଛନ୍ତି କାଉଡିଆ ଭକ୍ତ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱେରଙ୍କ ପୀଠରେ ରାତି ୧ଟାରୁ ମନ୍ଦିର ଫିଟାଯାଇଥିଲା । ସମସ୍ତ ରୀତିନୀତି ସମାପନ କରାଯାଇ ଭୋର ୩ ଟାରୁ ସର୍ବସାଧାରଣଙ୍କ ଦର୍ଶନ ଓ ଜଳଲାଗି କରାଯିବ ପାଇ ସୁଯୋଗ ଦିଆଯାଇଥିଲା । ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଝୁଲାପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଟ କରାଯାଇ କାଉଡିଆ ମାନଙ୍କୁ ଛଡାଯିବା ସହିତ ଝୁଲାପୋଲ ପୂର୍ବରୁ ବାହୂଙ୍ଗି ରଖିବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇପାରିବେ ଶ୍ରଦ୍ଧାଳୁ। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ, ୩ ଜଣ ଡି ଏସପି, ୩ ଜଣ ଇନିସପେକ୍ଟର,୯ ଜଣ ସବ୍ଇନିସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.