ଶ୍ରାବଣ ତୃତୀୟ ସୋମବାର, ଜଳାଭିଷେକ ଲାଗି ଗୁପ୍ତଶ୍ୱର ପୀଠରେ ୭୦ ହଜାରରୁ ଅଧିକ କାଉଡିଆ

ଲମତାପୁଟ ୦୧।୦୮: ପ୍ରସିଦ୍ଧ ଗୁପ୍ତେଶ୍ଵର ଶୈବ ପୀଠରେ ଶ୍ରାବଣ ତୃତୀୟ ସୋମବାରରେ କଉଡିଆଙ୍କ ନାହିଁନଥିବା ଭିଡ ଜମିଛି । ୭୦ ହଜାର ରୁ ଉର୍ଦ୍ଧ କାଉଡିଆ ଜଳାଭିଷେକ କରିବା ପାଇଁ ଗୁପ୍ତେଶ୍ଵରରେ ଭିଡ ଜମାଇ ଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକଣ ସମେତ ପଡୋଶୀ ରାଜ୍ୟ ଛତିଶଗଡ , ଆନ୍ଧ୍ର ଏବଂ ତେଲେଙ୍ଗାନାରୁ କାଉଡିଆ ମାନେ ଗୁପ୍ତେଶ୍ବର ଆସିଛନ୍ତି। ତେବେ ରବିବାର ସନ୍ଧ୍ୟାରୁ ବାବା ଗୁପ୍ତେଶ୍ଵର ଙ୍କ ଠାରେ ଜଳ ଅଭିଷେକ ପାଇଁ ଧାଡି ବାନ୍ଧୀ ଅପେକ୍ଷା କରିଛନ୍ତି ହଜାର ହଜାର କାଉଡିଆ । ସହ ସହ କିଲୋମିଟର ଚାଲି ଚାଲି ମାନସିକ ଧାରି କାଉଡିଆ ମାନେ ବିଭନ୍ନ ନଦୀ ଘାଟରୁ ଜଳ ଉଠାଇ ଗୁପ୍ତେଶ୍ଵର ଶୈବ ପିଠ ରେ ପହଞ୍ଚି ଜଳ ଅଭିଷେକ କରିଛନ୍ତି । ଜଙ୍ଗଲି ରାସ୍ତାରେ ମିଞ୍ଜି ମିଞ୍ଜି ଜଳୁ ଥିବା ଡିବିରି ଆଲୁଅ ରେ କାଉଡିଆ ମାନେ ପାଦେ ପାଦେ ଚାଲୁଛନ୍ତି ।

Leave A Reply

Your email address will not be published.