Man vs Wild ସାମିଲ୍‌ ହେବେ ପ୍ରିୟଙ୍କା-ବିରାଟ

ନୂଆଦିଲ୍ଲୀ ୦୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣଭୀର ସିଂ ବିୟର ଗ୍ରିଲ୍ସଙ୍କ ଶୋ ‘ମ୍ୟାନ୍ ଭର୍ସସେସ୍‌ ୱାଇଲ୍ଡ’ରେ ସାମିଲ୍‌ ହୋଇଥିଲେ। ଏହି ବଡ ବଡ ବ୍ୟକ୍ତିତ୍ୱମାନଙ୍କ ଏପିସୋଡ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। କିନ୍ତୁ ବର୍ତ୍ତମାନ ବିୟର ଗ୍ରିଲ୍ସ ଏଥର ମହିଳା ତାରକାଙ୍କ ସହ ମିଶନ କରିବାକୁ ଯାଉଛନ୍ତି। ତାହା ପୁଣି ପ୍ରିୟଙ୍କା ଚୋପ୍ରାଙ୍କ ସହ ଏକ ନୂଆ ଦୁଃସାହାସିକତା ଯାତ୍ରା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ କହିଛନ୍ତି ଯେ ପ୍ରିୟଙ୍କା ଏବଂ ନିକଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଜାଣିଛନ୍ତି। ବିୟର୍ ଭାରତରେ କିଛି ସମୟ ଅତିବାହିତ କରିଛନ୍ତି । ଏଠାରେ ପାଇଥିବା ପ୍ରେମ ଦ୍ୱାରା ଅତିଷ୍ଠ ହୋଇଯାଇଛନ୍ତି। ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ଭାରତୀୟ ତାରକାମାନଙ୍କଠାରୁ ସବୁବେଳେ ପ୍ରେମ ଏବଂ ସ୍ବାଗତ ଗ୍ରହଣ କରିଛି। ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସ୍ନେହି। ମୁଁ ମଧ୍ୟ ଜଣେ ସମ୍ମାନିତ ଭାରତୀୟ ପରି ଅନୁଭବ କରୁଛି । ଏହା ହେଉଛି ସବୁଠାରୁ ବଡ ଆଶୀର୍ବାଦ ଯାହା ମୁଁ ମାଗିପାରେ। ଭାରତ ସବୁବେଳେ ମୋ ହୃଦୟର ଅତି ନିକଟତର । ଏହା ବ୍ୟତୀତ ସେ କହିଛନ୍ତି ଭାରତୀୟ କଳାକାରଙ୍କ ସହ ଏହି ଯାତ୍ରା ବହୁତ ସୁନ୍ଦର ଲାଗୁଛି। ସମସ୍ତଙ୍କ ସହ କରିଛି କିନ୍ତୁ ବୋଦ ହୁଏ ଲାଗୁଛି ଏଥିରେ ଭାରତୀୟ କ୍ରିକେଟର ବିରାଟଙ୍କ ସହ ମଧ୍ୟ ଏହି ଯାତ୍ରା କମାଲ୍‌ ଓ ଚମତ୍କାର ହେବ। ସେ ବହୁତ କୌତୁହ ପୂର୍ଣ୍ଣ ବ୍ୟକ୍ତି । ଏବଂ ପ୍ରିୟଙ୍କ ମଧ୍ୟ ଜଣେ କଳାକାର ହିସାବରେ ବହୁତ ଭଲ ମଣିଷ । ମୁଁ ତାଙ୍କ ସ୍ଵାମୀଙ୍କୁ ଏହି ଯାତ୍ରାରେ ଥରେ ନେଇଥିଲି। ତାଙ୍କ ସହ ବହୁତ ସୁନ୍ଦର ଅନୁଭବ ଥିଲା । ବୋଧ ହୁଏ ବିରାଟ ଏବଂ ପ୍ରିୟଙ୍କାଙ୍କ କାହାଣୀ ଶୁଣିବାକୁ ପସନ୍ଦ କରିବେ।

Leave A Reply

Your email address will not be published.