୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ନାବାଳକ ସମେତ ୩ ଗିରଫ

ଭଦ୍ରକ ୩।୮: ବ୍ରାଉନସୁଗାର ଚାଲାଣରେ ଲିପ୍ତ ହେଉଛନ୍ତି ନାବାଳକ । ଗାଡି ଚେକିଂ ସମୟରେ ପୋଲିସ ପଞ୍ଝାରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ । ୧୦୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହେବା ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନାଯୋଗ୍ୟ ଯେ, ୩ ଜଣ ବାଇକ୍ ଆରୋହୀ ବିନା ହେଲମେଟ୍‌ରେ ବାଲେଶ୍ବର ଆଡୁ ଭଦ୍ରକକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା । ବାଇକ୍ ଆରୋହୀଙ୍କୁ ପୋଲିସ ଚେକିଂ କରିବା  ସମୟରେ ସେମାନଙ୍କ ଗତିବିଧିକୁ ଦେଖି ତଲାସୀ କରିଥିଲେ । ତଲାସୀ ବେଳେ ସେମାନଙ୍କ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ପରେ ଏନେଇ ପୋଲିସ ଅଧିକ ଖୋଳତାଡ଼ କରିବାରୁ ସେମାନଙ୍କ ନିକଟରୁ ୩ ଶହଟି ଖାଲି ବ୍ରାଉନସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଥିଲା ।

Leave A Reply

Your email address will not be published.