ଦିଲ୍ଲୀରେ ମୋଟର ସାଇକେଲ ତ୍ରିରଙ୍ଗା ଯାତ୍ରା ବାହାର କଲେ ସାଂସଦ, ସ୍କୁଟି ଚଳାଉଥିବାର ଦେଖା ଗଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ ୩।୮: ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ‘ହର ଘର ତିରଙ୍ଗା’ ଅଭିଯାନ ଲାଗି ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ୩ ଅଗଷ୍ଟ ବୁଧବାର ସଂସଦ ସଦସ୍ୟମାନେ ରାଜଧାନୀ ଦିଲ୍ଲୀରେ ‘ତ୍ରିରଙ୍ଗା ବାଇକ ରାଲି’ ଆୟୋଜନ କରିଛନ୍ତି। ଲାଲକିଲ୍ଲାରେ ଉପରାଷ୍ଟ୍ରପତି  ଏମ.ଭେଙ୍କୟା ନାୟଡୁ ସବୁଜ ପତାକା ଦେଖାଇ ଯାତ୍ରାକୁ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜାଶୀ ଓ ପିୟୁଷ ଗୋୟଲ ଯୋଗ ଦେଇଥିଲେ। ବାଇକ ରାଲିରେ ଅଂଶଗ୍ରହଣ କରିଥିବା କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆଗେଟ୍‌ ନିକଟରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଯୁବ ନେତା ଅଂଶଗ୍ରହଣ କରିଥିବା ଓ ଦେଶକୁ ସ୍ୱାଧୀନତା ଦିବସର ବାର୍ତ୍ତା ଦେବା ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇଥିବା କହିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ମଙ୍ଗଳବାର ତ୍ରିରଙ୍ଗା ଉତ୍ସବ ଆୟୋଜନ କରିବାର ଦିନକ ପରେ ତ୍ରିରଙ୍ଗା ବାଇକ ରାଲି ଆୟୋଜନ କରାଯାଇଛି।

Leave A Reply

Your email address will not be published.