ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ବାନ୍ଧି ନର୍ଦ୍ଧୁମ ଛେଚିଲେ ଗ୍ରାମବାସୀ : ବାପା ମୃତ, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡା ୪।୮: ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ । ଖସି ପଳାଇବା ଯୋଗୁଁ ବର୍ତ୍ତିଗଲେ ଦୁଇ ପୁଅ । ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡି ସନ୍ଦେହ କରି ତାଙ୍କ ସହ ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ । ଗାଁ ଲୋକ ଏକାଠି ହୋଇ ରାତି ପ୍ରାୟ ୧୨ଟା ବେଳେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଥିଲେ । କିନ୍ତୁ ବାପା ଦଇ ମାଝି ଖସି ନପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ପରିବାରଲୋକ ସ୍ଥାନୀୟ ଟିକିରି ପୋଲିସକୁ ସୂଚନା ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଗାଁରେ ପୂର୍ବରୁ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିଲା ।

Leave A Reply

Your email address will not be published.