ବନ୍ଧୁକ ମୁନରେ ବଡ ଧରଣର ଲୁଟ୍, ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର ୪।୮: ବନ୍ଧୁକ ମୁନରେ ବଡ ଧରଣର ଲୁଟ୍ । ବନ୍ଧୁକ ଓ ଭୁଜାଲି ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଡୁଙ୍ଗୁରା ବଜାର ନିକଟରୁ ଏହି ବଡ ଧରଣର ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ରାକେଶ ସାମଲ ନାମକ ବ୍ୟକ୍ତି ନିଜ ଘରୁ ଟଙ୍କା ନେଇ ବ୍ୟାଙ୍କ ଯାଉଥିଲେ । ଏହି ସମୟରେ ଡୁଙ୍ଗୁରା ବଜାର ନିକଟରେ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଗୋଟିଏ ପଲସର ବାଇକ୍ ଛାଡି ପଳାଇଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କ ବାଇକ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.