ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଅଯୋଗ୍ୟତା ଘୋଷଣା ମାମଲା 

ନୂଆଦିଲ୍ଲୀ ୦୪/୦୮: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ । ବୁଧବାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଦାଖଲ ୫ ଆବେଦନରର ଶୁଣାଣି ହୋଇଥିଲା । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବିତର୍କ ହୋଇଥିଲା । ତେବେ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ଓକିଲଙ୍କୁ ନିଷ୍ପତ୍ତି ଆସିବା ପୂର୍ବରୁ ସରକାର ଗଠନ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ସବୁ ସ୍ପଷ୍ଟ କରିବା ପରେ ଦ୍ୱିତୀୟ ଥର ଡ୍ରାଫ୍ଟ୍ କରିବାକୁ କହିଥିଲେ । କୋର୍ଟରେ ଶୁଣାଣି ବେଳେ ବୁଧବାର ସିନ୍ଦେ ଗୋଷ୍ଠୀର ଓକିଲ ହରିଶ ସାଲଭେ କହିଥିଲେ ଯେ, ସେମାନେ ଦଳ ଛାଡିନଥିଲେ । କେବଳ ନେତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଏବେବି ସେମାନେ ଦଳରେ ଅଛନ୍ତି । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା କାମ ପ୍ରଥମେ ବାଚସ୍ପତିଙ୍କର ଅଟେ । ପରେ କୋର୍ଟ ଏହି ମାମଲାରେ ଦଖଲ ଦେଇପାରିବେ । ତେବେ ଏହାକୁ କାଉଣ୍ଟର ଦେଇଥିଲେ ଉଦ୍ଧବ କ୍ୟାମ୍ପଙ୍କ ଓକିଲ କପିଲ ସିବଲ । ଏପ୍ରସଙ୍ଗରେ କୋର୍ଟ ସିନ୍ଦେ ଗୋଷ୍ଠୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କୋର୍ଟ କହିଥିଲେ ଯେ, ସେମାନେ ୧୦ ଦିନ ପାଇଁ ଶୁଣାଣି ଘୁଞ୍ଚାଇଥିଲେ । ଏହାମଧ୍ୟରେ ସରକାର ଗଠନ ହୋଇଗଲା । ବାଚସ୍ପତି ମଧ୍ୟ ପରିବର୍ତ୍ତନ କରିଦିଆଗଲା । ପ୍ରଥମେ ବିଦ୍ରୋହୀ ବିଧାୟକ ସୁରକ୍ଷା ପାଇଁ କୋର୍ଟ ଆସିଥିଲେ । ଏବେ କିନ୍ତୁ ବାଚସ୍ପତି ଅଯୋଗ୍ୟତା ନେଇ ଶୁଣାଣି କରିବେ ବୋଲି ସିନ୍ଦେ ଗୋଷ୍ଠୀ କହିଛନ୍ତି ।

Leave A Reply

Your email address will not be published.