‘ସତ କହିଲେ ଏଜେନ୍ସି ମୋ ପଛରେ ପଡୁଛନ୍ତି’ : କେନ୍ଦ୍ରକୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ ୦୫।୦୮ :  ଭାରତୀୟ ଜାତୀୟ କଂଗ୍ରେସ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏହାକୁ ନେଇ ରାହୁଲ କହିଛନ୍ତି ଯେ, ଦେଶରେ ଗଣତନ୍ତ୍ର ନାହିଁ । କେବଳ ତାନାଶାହୀ ଚାଲିଛି । ସେମାନେ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଇବେ । ସେମାନଙ୍କୁ ସଂସଦରେ କହିବାକୁ ଦିଆଯାଉ ନାହିଁ । ବାହାରେ ପ୍ରଦର୍ଶନ କଲେ ଗିରଫ କରାଯାଉଛି । ରାହୁଲ ଆହୁରି କହିଛନ୍ତି ଯେ, ଦେଶ ଗଢା ହେବାକୁ ୭ ଦଶକ ଲାଗିଥିଲା । ହେଲେ ବିଜେପି ୮ ବର୍ଷରେ ଏହାକୁ ଶେଷ କରିଦେଇଛି ।ବେରୋଜଗାରୀ, ହିଂସା ଓ ଦରଦାମ ଆଦି ପ୍ରସଙ୍ଗ ଉପରେ ବିଜେପି ଧ୍ୟାନ ଦେଉନାହିଁ । ସବୁଠୁ ବେଶୀ ବେକାରୀ ଭାରତରେ ଅଛନ୍ତି । ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍ ବଢି ଚାଲିଛି । କିନ୍ତୁ ଅର୍ଥମନ୍ତ୍ରୀ ଦେଖୁନାହାଁନ୍ତି । କୌଣସି ଗାଁ କିମ୍ବା ସହରକୁ ଗଲେ ଲୋକେ ଦରଦାମ ବୃଦ୍ଧି ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ସରକାରଙ୍କୁ ଏହା ଦେଖାଯାଉନି । ସେ ସତ କହୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କ ପଛରେ ତଦନ୍ତକାରୀ ସଂସ୍ଥା ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ବେରୋଜଗାର ଓ ଦରଦାମ ବୃଦ୍ଧିକୁ ଡରୁଛନ୍ତି । ସେମାନେ ଜନତାଙ୍କୁ ଡରନ୍ତି । କାରଣ ସେମାନେ ଲଗାତର ମିଛ କହୁଛନ୍ତି । ଦେଶରେ ବେକାରୀ ନାହିଁ ବୋଲି ସରକାର ମିଛ କହୁଛନ୍ତି । ଚୀନ ଓ ଦରଦାମ ପ୍ରସଙ୍ଗରେ ମଧ୍ୟ ମିଛ କହି ଚାଲିଛନ୍ତି । ଏହାସହ ସେ ହିଟଲରଙ୍କ ଉଦାହରଣ ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ।

Leave A Reply

Your email address will not be published.