CBI ଅଫିସରେ ବିଶିଷ୍ଟ ଶିଳ୍ପପତି, କହିଲେ ଯାହା ପଚାରିଲେ ଉତ୍ତର ରଖିବି

ଭୁବନେଶ୍ୱର ୦୫/୦୮: CBI ଅଫିସରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର । ହାଜର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମହିମା ମିଶ୍ର । ସେ କହିଛନ୍ତି ଆଇନ ଉପରେ ମୋର ସଂପୂର୍ଣ୍ଣ ଭରସା ଅଛି । ଯାହା ପଚାରିବେ ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି । ତଦନ୍ତ ପ୍ରକ୍ରିୟାରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ମହିମା ମିଶ୍ର । ସୂଚନା ଗତକାଲି ମହିମା ମିଶ୍ରଙ୍କ ବାସଭବନରେ ରେଡ କରିଥିଲା CBI । କଟକ ଓ ପାରଦୀପର ବିଭିନ୍ନ ସାଥନରେ ରେଡ ହୋଇଥିଲା । ଏପରିକି କଟକ ଲିଙ୍କରୋଡରେ ଥିବା OSL କାର୍ଯ୍ୟାଳୟରେ ଚଢାଉ ହୋଇଥିଲା । ସେହିଭଲି କଟକରେ ଥିବା ବଡପୁଅଙ୍କ ବାସଭବନରେ ରେଡ କରିଥିଲା ସିବିଆଇ । ବଡ ପୁଅ ବୋହୁ ସିବିଆଇ ଜେରାର ବି ସମ୍ମୁଖୀନ ହୋଇଥିଲେ । ଗତକାଲି ଭୁବନେଶ୍ୱର ସିବିଆଇ ଅଫିସରେ ଶିଳ୍ପପତି ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ର ବି ହାଡଜର ହୋଇଥିଲେ । ୨୫ ଲକ୍ଷ ଲାଞ୍ଚ କାରବାରର ଆଭାସ ପାଇ ତାଙ୍କ କଟକ ସ୍ଥିତ ବାସଭବନ ତଥା ଅଫିସରେ ଛନଭିନ ଚାଲିଥିଲା । ପାରାଦୀପ ପୋର୍ଟ ଟ୍ରଷ୍ଟରେ ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାରର ଆଭାସ ପାଇଥିଲା ସିବିଆଇ ।

Leave A Reply

Your email address will not be published.