ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରାଙ୍କ ବଦଳି

ସମ୍ବଲପୁର ୫।୮: ସମ୍ବଲପୁର ସଦର ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ସଦର ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା । ଜ୍ୟୋସ୍ନାରାଣୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହି ଘଟଣାରେ ଅତିରିକ୍ତ ଏସ୍‌ପି ତପନ ମହାନ୍ତି ତଦନ୍ତ କରୁଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ବଦଳି କରାଯାଇଛି । ସୂଚନାଯୋଗ୍ୟ ଯେ, ଜଣେ ନାବାଳକକୁ ୬ ଦିନ ଧରି ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଜଣେ ଚଷମା ପିନ୍ଧା ଲେଡି ଅଫିସର ବାଡି ଓ ପାଇପ୍ ସାହାଯ୍ୟରେ ନାବାଳକକୁ ପ୍ରତିଦିନ ମାଡ ମାରି ଚାଲୁଥିଲେ । ଏନେଇ ସିଡବ୍ଲୁସିର ହସ୍ତକ୍ଷେପ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.