ରେଳ ଷ୍ଟେସନରୁ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଝାରସୁଗୁଡା ୬।୮: ଝାରସୁଗୁଡା ଧୁତ୍ରା ରେଳ ଷ୍ଟେସନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଦକ୍ଷିଣପୂର୍ବ ରେଳପଥରେ ଥିବା ଧୁତ୍ରା ରେଳ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମ ଡାଉନ୍ ମେନଲାଇନ୍ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତି ଜଣଙ୍କର ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.